ଆଜି ଯାଞ୍ଚ ହେବ ଶ୍ରୀମନ୍ଦିରର ଗର୍ଭଗୃହ

ପୁରୀ,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ରଥଯାତ୍ରା କଟକଣା ମଧ୍ୟରେ ଶେଷ ହୋଇଛି। ମହାପ୍ରଭୁ ଶ୍ରୀ ମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ। ଏଥିସହିତ ନାଟମଣ୍ଡପ ଓ ଜଗମୋହନ ମଧ୍ୟ ଯାଞ୍ଚ ହେବ। ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବିଶେଷଜ୍ଞ ଟିମ ବାହାରୁ ଆସିବେ ନାହିଁ। ତେଣୁ ଭେଣ୍ଟିଲେସନ ଉପରେ କାର୍ଯ୍ୟ କରାଯାଇପାରିବ ନାହିଁ।

ସେହିପରି ଗର୍ଭଗୃହରେ ମଇଶ୍ଚର କ୍ଲିନିଂ କରାଯିବ, ନାଟମଣ୍ଡପର ଉପରିଭାଗ ଓ ଛାତର ଯାଞ୍ଚ କରାଯିବ। ଏହାସହ ଗରୁଡସ୍ତମ୍ବ ନିକଟ କ୍ରାକ ବିମର ମଧ୍ୟ ଯାଞ୍ଚ କରାଯିବ। ଯାଞ୍ଚ ପରେ କ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ।