ହୀରାକୁଦ ଡ୍ୟାମରୁ ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ସମ୍ୱଲପୁର,ଏନ୍ଏନ୍ଏସ୍: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଡ୍ୟାମର ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବାବେଳେ ଆଜି ଦିନ ୧୦ଟାରେ ଗେଟ ଖୋଲାଯାଇଛି। ଅନ୍ୟପକ୍ଷରେ ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ଗତକାଲିଠୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସେମାନଙ୍କୁ ସଚେତନ କରାଯାଇଥିଲା। ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ତରଫରୁ ତଳିଆ ଅଞ୍ଚଳର ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ସୂଚନା ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟରେ ଜଳ ନିଷ୍କାସନ ହେଉଛି।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୧୬ ଫୁଟ ଜଳ ଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି। ଗତବର୍ଷଠାରୁ ଚଳିତ ବର୍ଷ ଅଧିକ ବର୍ଷା କାରଣରୁ ଜଳ ଖାଲି କରିବାକୁ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧୪ ହଜାର କ୍ୟୁସେକ ଜଳ ନିଷ୍କାସିତ କରାଯାଇଛି।