ଶ୍ରଦ୍ଧା ହତ୍ୟା ମାମଲା: ପୁଲିସକୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ଘଟଣାରେ ପୁଲିସକୁ ଏକ ପ୍ରମାଣ ହସ୍ତଗତ ହୋଇଛି । ପୁଲିସକୁ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲାଙ୍କ ସହ ଜଡ଼ିତ ଏକ ସିସିଟିଭି ଫୁଟେଜ ମିଳିଛି । କ୍ୟାମେରାରେ କଏଦ ହୋଇଥିବା ଅଫତାବ ଏକ ବ୍ୟାଗ ନେଇ ଭୋର ୪ଟାରେ ଜଙ୍ଗଲ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି । ଏହି ଫୁଟେଜଟି ମେ’୧୮ ତାରିଖର ବୋଲି ଜଣାପଡ଼ିଛି । ଅଫତାବ ଏହି ସମୟରେ ଶ୍ରଦ୍ଧାଙ୍କ ଶରୀରର ଅଂଶଗୁଡ଼ିକୁ ଫୋପାଡ଼ିବାକୁ ଯାଉଥିବା ନେଇ ପୁଲିସ ସନ୍ଦେହ କରିଛି ।

ପୁଲିସ ମୁତାବକ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରର କିଛି ଅଂଶ ଅଭିଯୁକ୍ତ ଅଫତାବ ସେହି ସମୟରେ ହିଁ ଫିଙ୍ଗି ଦେଇଥିଲା । ଆଉ ମୁଣ୍ଡ, ହାତ ଓ ଗୋଡ଼ର ଆଙ୍ଗୁଳିକୁ ଫ୍ରିଜରେ ରଖିଥିଲା ।