ଦୋକାନୀ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ ଅଭିଯୋଗ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରର ଏକ ଦୋକାନରେ ଗତକାଲି ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। କେତେକ ଦୁର୍ବୃତ୍ତ ଗ୍ରାହକ ସାଜି ଦୋକନକୁ ଆସିଥିଲେ। ପରେ ସେମାନେ ଦୋକାନୀ ମାଲିକ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସହରର ମଳପଡ଼ା ରେଲୱେ ଷ୍ଟେସନ ରୋଡଠାରେ ଥିବା ଏକ ବ୍ୟାଟେରି ଡିଷ୍ଟ୍ରିବ୍ୟୁଟର ଦୋକାନକୁ ୪ ଜଣ ଦୁର୍ବୃତ୍ତ ଗ୍ରାହକ ସାଜି ଆସିଥିଲେ। ସେମାନେ ଦୋକାନୀକୁ ଇନଭର୍ଟର ଦେଖାଇବାକୁ କହିଥିଲେ। ପରେ ହଠାତ ସେମାନେ ବନ୍ଧୁକ କାଢ଼ି ଦୋକାନୀ ଶିବରାମ ଏବଂ ତାଙ୍କ ଭାଇ ଧ୍ରୁବଚରଣଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ସେଠାରୁ ଏକ ସୁନା ଚେନ, ୫ ହଜାର ଟଙ୍କା ଓ ୩ଟି ମୋବାଇଲ ଚଡ଼ାଇ ନେଇଥିବା ଜଣାପଡ଼ିଛି। ପରେ ସେମାନେ ପୁଲିସରେ ଅଭିଯୋଗ କରିଥିଲେ। ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।