ସଟଡାଉନରେ ସୁଟଆଉଟ, ୪ କ୍ୟାଡର ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଶିର୍ଲା ଜଙ୍ଗଲ ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଆଜି ସକାଳୁ ଗୁଳିବିନିମୟ ହୋଇଛି। ଏଥିରେ ୪ ଜଣ କ୍ୟାଡର ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନିହତ ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ ୩ ଜଣ ପୁରୁଷ ରହିଥିବା ସୂଚନା ମିଳିଛି। ମୃତ କ୍ୟାଡର ମାଓବାଦୀମାନେ ବିଜିଏନ ଡିଭିଜନ‌ କ୍ୟାଡର ସଦସ୍ୟ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ଆଜି ଭୋରରୁ ଗୁଇନ୍ଦା ସୂଚନା ଆଧାରରେ ଡିଭିଏଫ୍ ଓ ଏସଓଜି ଯବାନ ମିଳିତ ଭାବେ ମାଓବାଦୀଙ୍କ କ୍ୟାମ୍ପ ଉପରେ ଚଢ଼ଉ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟରେ ୪ ଜଣ ନିହତ ହୋଇଥିବାବେଳେ ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତେବେ ନିହତ ମାଓବାଦୀଙ୍କ ଉପରେ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଥିଲେ।