ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା, ଜଣେ ଯବାନ ଆହତ

କଶ୍ମୀର,ଏଜେନ୍ସି: ପୁଲଓ୍ୱାମା ଜିଲ୍ଲାର ଗାଙ୍ଗୁ ନିକଟରେ ଥିବା ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା ହୋଇଛି। ଆଇଇଡି ବିସ୍ଫୋରଣ କରିଥିବା ବେଳେ ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ଆଇଇଡି ବିସ୍ଫୋରଣ ପରେ ଆତଙ୍କବାଦୀମାନେ ସିଆରପିଏଫ୍ ଟିମ୍ ଉପରକୁ ଗୁଳି ଚଳାଇଥିଲେ।

ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୁଲଓ୍ୱାମାର ଗାଙ୍ଗୁ ଅଞ୍ଚଳରେ ଆଜି ସକାଳ ୭ଟା ୪୦ ମିନିଟରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ସୁରକ୍ଷାବାହିନୀ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।