କୋଭିଡ୍ ସଂକ୍ରମଣ କମିଲେ ମିଳିବ ସୁଟିଂ ଅନୁମତି: ଉଦ୍ଧବ ଠାକରେ

ମୁମ୍ବାଇ,ଏଜେନ୍ସି: କୋଭିଡ-୧୯ ସଂକ୍ରମଣ ସଂଖ୍ୟା କମିଲେ ମୁମ୍ବାଇରେ ଚଳଚ୍ଚିତ୍ର ଏବଂ ଟିଭି ସୁଟିଂ ପାଇଁ ଅନୁମତି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ପ୍ରତିନିଧିଙ୍କ ସହ ଏକ ଅନଲାଇନ୍ ବୈଠକ ସମୟରେ ଠାକରେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ-୧୯ର ଦ୍ୱିତୀୟ ଲହରରେ ରାଜ୍ୟରେ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି, ତେଣୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ସୁଟିଂ ସମୟରେ କୋଭିଡ ନିୟମ ମାନିବା ଆବଶ୍ୟକ। ଏହାସହିତ ଅନଲକ୍ ପ୍ରକ୍ରିୟାରେ ସରକାରଙ୍କ ସହ ସହଯୋଗ କରିବାକୁ ମନୋରଞ୍ଜନ ଜଗତକୁ କୁହାଯାଇଛି। ଏହି ବୈଠକରେ ଆଦେଶ ବାନ୍ଦେକର, ନିତିନ ବୈଦ୍ୟ, ପ୍ରଶାନ୍ତ ଦାମଲେ, ଭାରତ ଯାଦବ, ସୁବୋଧ ଭାବେ, ଅମୋଲ କୋଲହେ, ଅମିତ ବହଲ, ପୁନିତ୍ ଗୋଏଙ୍କା, ଅଜୟ ଭାଲଭାନକର, ସଙ୍ଗମୋନ୍ ଶିର୍କ ଏବଂ ସିଦ୍ଧାର୍ଥ ରାୟ କପୁରଙ୍କ ବ୍ୟତୀତ ମନୋରଞ୍ଜନ ଜଗତର ବହୁ କଳାକାର, ଆଙ୍କର୍ ଏବଂ ସେଲିବ୍ରିଟି ଉପସ୍ଥିତ ଥିଲେ।