କଟକ,ଏନ୍ଏନ୍ଏସ୍: କଟକ ମାହାଙ୍ଗା ଥାନା କୁସୁପୁର ଗାଁର ଗଣହତ୍ୟା ଘଟଣା । ବଡଭାଇର ପରିବାରକୁ ନିଶ୍ଚିହ୍ନ କରିଥିବା ସାନଭାଇ ଶିବ ପ୍ରସାଦକୁ ଆଣି ରିମାଣ୍ଡରେ ଆଣିଛି ପୋଲିସ । ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ସାଲେପୁର ଜେଏମଏଫସିରେ ଆବେଦନ କରିଥିଲା ।
ହେଲେ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଏହା ପରେ ମାହାଙ୍ଗା ପୋଲିସ ଅଭିଯୁକ୍ତ ଶିବ ପ୍ରସାଦକୁ ରିମାଣ୍ଡରେ ଆଣିଛି । ଅଭିଯୁକ୍ତ ଶିବ ପ୍ରସାଦ ସାହୁର ମେଡିକାଲ ପରୀକ୍ଷା ପରେ ପୋଲିସ ଜେରା କରିବ ।
ତେବେ ରିମାଣ୍ଡ ସମୟରେ ପୋଲିସ ଶିବ ଠାରୁ ହତ୍ୟାକାଣ୍ଡ ନେଇ ଅଧିକ ତଥ୍ୟ ହାସଲ କରିପାରେ । ଏହାସହିତ ପୋଲିସ ଶିବ ପ୍ରସାଦଙ୍କୁ ନେଇ କ୍ରାଇମ୍ ସିନର ରିକ୍ରିଏସନ କରିବ ।
ବଡଭାଇ ଅଲେଖ ସମେତ ତାଙ୍କର ସ୍ତ୍ରୀ ଓ ପୁଅ-ଝିଅଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିବା ନେଇ ସିବ ପୋଲିସ ଆଗରେ ସ୍ୱୀକାର କରି ସାରିଛି ।