କୁଏତର ପ୍ରଧାନମନ୍ତ୍ରୀ ପଦରେ ପୁନଃନିଯୁକ୍ତ ହେଲେ ଶେଖ ସବା ଅଲ ଖାଲିଦ ଅଲ ସବାହ

ନୂଆଦିଲ୍ଲୀ,ଏଜେନ୍ସି: କୁଏତର ପ୍ରଧାନମନ୍ତ୍ରୀ ପଦରେ ଶେଖ ସବା ଅଲ ଖାଲିଦ ଅଲ ସବାହଙ୍କୁ ସେଠାକାର ରାଜା ଶେଖ ନୱାବ ଅଲ ଅହମ୍ମଦ ଅଲ ସବାହ ପୁନଃନିଯୁକ୍ତି କରିଛନ୍ତି। ଶନିବାର ସଂସଦୀୟ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଶେଖ ସବାହ ଇସ୍ତଫା ଦେଇଦେଇଥିଲେ। ଏହାର ଦୁଇ ଦିନ ପରେ ମଙ୍ଗଳବାର କୁଏତ ରାଜା ତାଙ୍କୁ ପୁନର୍ବାର ପିଏମ ପଦରେ ନିଯୁକ୍ତ କରିଛନ୍ତି। ୨୦୧୯ରେ ଶେଖ ନୱାବ ଅଲ ଅହମ୍ମଦ ଅଲ ସବାହ ରାଜା ହୋଇଥିଲେ ଓ ସବା ଅଲ ଖାଲିଦ ଅଲ ସବାହଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ସବାହ ଅଲ ଖାଲିଦ ଅଲ ସବାହ ଦୀର୍ଘ ୪ ଦଶକରୁ ନିଜ ଦେଶର ରାଜନୀତିରେ ସକ୍ରିୟ ରହିଆସିଛନ୍ତି।

କୁଏତର ରାଜା ଶେଖ ନୱାବ ଅଲ ଅହମ୍ମଦ ଅଲ ସବାହଙ୍କ ନେତୃତ୍ବରେ ଶନିବାର ହୋଇଥିବା ସଂସଦୀୟ ନିର୍ବାଚନରେ ତାଙ୍କର ଦୁଇ ତୃତୀୟାଂଶ ସାଂସଦ ହାରିଯାଇଥିଲେ। ଏହା ପରେ କୁଏତ ପ୍ରଧାନମନ୍ତ୍ରୀ ସବାହ ଅଲ ଖାଲିଦ ଅଲ ସବାହ ନିଜ ପଦରୁ ଇସ୍ତଫା ଦେଇଥିଲେ। ରାଜା ଶେଖ ନୱାବ ପ୍ରଧାନମନ୍ତ୍ରୀ ସବାହ ଅଲ ଖାଲିଦ ସବାହଙ୍କ ଇସ୍ତଫା ମଧ୍ୟ ମଞ୍ଜୁର କରିଥିଲେ। ହେଲେ ସେ ପୁନର୍ବାର ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିଛନ୍ତି ।