କରୋନାରେ ‘ନିତିଦିନ’ ସାମ୍ବାଦିକ ମନୋଜ ସାହୁଙ୍କ ବିୟୋଗ

ବ୍ରହ୍ମପୁର,ଏନ୍ଏନ୍ଏସ୍: ନିତିଦନ ଚିକିଟି ବ୍ଲକ୍ ସାମ୍ବାଦିକ ମନୋଜ କୁମାର ସାହୁ(୪୨) ଙ୍କ ଶୁକ୍ରବାର  ବ୍ରହ୍ମପୁର ସିଟି ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଛି। ଗତ କିଛି ଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ। ଗତ ୨୦ ତାରିଖ ରାତିରେ ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଏମକେସିଜି କୋଭିଡ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ।  ମୋନଜଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଅଶ୍ୱିନୀ ହସପିଟାଲକୁ ପଠାଇ ଦେଇଥିଲେ। କିନ୍ତୁ ସେଠାରେ ଶଯ୍ୟା ନଥିବାରୁ ତାଙ୍କୁ ସିଟି ହସପିଟାଲ ପଠାଇ ଦିଆଯାଇଥିଲା। ସିଟି ହସପିଟାଲରେ ମଧ୍ୟ ରୋଗୀଙ୍କୁ ଗ୍ରହଣ ନକରିବା ଯୋଗୁଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ଦୀର୍ଘ ସମୟ ଧରି ବଡ଼ ଡାକ୍ତରଖାନାରେ ଅପେକ୍ଷା କରିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ କରେ କାଜୁଆଲ୍ଟିରୁ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ ମନୋଜ। ଆଜି ପୂର୍ବାହ୍ନ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଛି। ଚିକିତ୍ସା କାଳରେ ତାଙ୍କର ଶ୍ୱାସକ୍ରିୟାରେ ଗୁରୁତର ସମସ୍ୟା ଉପୁଜିଥିଲା। ଡାକ୍ତରଙ୍କ ଉଦ୍ୟମ ସତ୍ତେ୍ୱ ଅକ୍ସିଜେନ୍ ସ୍ତର ବୃଦ୍ଧି ପାଇ ନଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି।