ଇସ୍ତଫା ପତ୍ର ପ୍ରତ୍ୟାହାର କଲେ ପାୱାର

ନୂଆଦିଲ୍ଲୀ: ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦର ଇସ୍ତଫା ଶରଦ ପାୱାର ପ୍ରତ୍ୟାହାର କରି ନେଇଛନ୍ତି । ଆଜି ପ୍ରେସ କନଫ୍ରେନ୍ସରେ ଘୋଷଣା କରିବାକୁ ଯାଇ ପାୱାର କହିଛନ୍ତି ଯେ, ମୁଁ ଭାବବିହ୍ୱଳ ହୋଇଯାଇଛି । ମେ’ ୨ ତାରିଖରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନେଇ ନିର୍ଣ୍ଣୟ ନେଇଥିଲି । ଦୀର୍ଘ ବର୍ଷର ସେବା ପରେ ଅବସର ନେବାର ଅଛି ବୋଲି ମୋତେ ଲାଗୁଥିଲା । କିନ୍ତୁ ମୋର ଏହି ନିଷ୍ପତ୍ତିକୁ ନେଇ ଅନେକ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଦୁଃଖୀ ଥିଲେ । ମୁଁ ଏହି ନିଷ୍ପତ୍ତି ସମ୍ବନ୍ଧରେ ପୁନର୍ବାର ବିଚାର କରିବାକୁ ସବୁ ଶୁଭଚିନ୍ତକ କହିଥିଲେ । ଏଥିସହିତ ଅଧ୍ୟକ୍ଷ ପଦ ପୁଣିଥରେ ଗ୍ରହଣ କରିବାକୁ କାର୍ଯ୍ୟକର୍ତ୍ତା କହିଥିଲେ । ମୁଁ ଲୋକଙ୍କ ଭାବନାକୁ ଅନାଦାର କରିପାରିବିନି ।

ଏହାପୂର୍ବରୁ ଏନସିପି ନୂଆ ଅଧ୍ୟକ୍ଷ ଚୟନ ପାଇଁ ଗଠନ କରାଯାଇଥିବା ସମିତି ଏକ ପ୍ରସ୍ତାବ ପାରିତ କରି ପାର୍ଟି ଅଧ୍ୟକ୍ଷ ପଦ ଛାଡ଼ିବାର ପାୱାରଙ୍କ ଫଇସଲାକୁ ଖାରଜ କରି ଦେଇଥିଲା ।