ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରଜୋରୀ ଜିଲ୍ଲାସ୍ଥିତ କାଣ୍ଡୀ ବନ କ୍ଷେତ୍ରରେ ଆତଙ୍କବାଦୀ ଆକ୍ରମଣରେ ସେନାର ୫ ଯବାନ ସହିଦ ହୋଇଛନ୍ତି । ପ୍ରଥମେ ୨ ଯବାନ ସହିଦ ହେବାସହ ଜଣେ ଅଧିକାରୀଙ୍କ ସମେତ ୪ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ପରେ ଆଉ ୩ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ରଜୋରୀରେ ଅଭିଯାନ ସମୟରେ ଆତଙ୍କବାଦୀ ଏକ ବିସ୍ଫୋରଣ ଘଟାଇଥିଲେ ଯେଉଁଥିରେ ୨ଜଣ ଯବାନ ସହିଦ ହୋଇଥିଲେ । ବର୍ତ୍ତମାନ ସମୟରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।