ଶାନ୍ତିନିକେତନ କଲେଜର ଛାତ୍ର ନାସା କୁଇଜ ପ୍ରତିଯୋଗିତାରେ କୃତିତ୍ୱ

ରାୟଗଡ଼ା, ଏନ୍ଏନ୍ଏସ୍ : ସ୍ଥାନୀୟ ଶାନ୍ତିନିକେତନ ଜୁନିୟର କଲେଜର ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆୟୋଜନ କରାଯାଇଥିବା ଏକ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଛନ୍ତି । ନାସା ପକ୍ଷରୁ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତାରେ ସ୍ଥାନୀୟ ଶାନ୍ତିନିକେତନ ଜୁନିୟର କଲେଜର ଜୟରାମ ଗୌଡ଼ ଅଂଶଗ୍ରହଣ କରିଥିଲେ । ମୋଟ ୩୦୦ମାର୍କ ମଧ୍ୟରୁ ଜୟରାମ ୨୯୫ମାର୍କ ରଖି କୃତିତ୍ୱ ଲାଭ କରିଛନ୍ତି । ଜୟରାମ ଜଣେ ମେଧାବୀ ଛାତ୍ର ଭାବେ ଅଞ୍ଚଳରେ ବେଶ୍ ପରିଚିତ । ତାଙ୍କ ବାପା ହରେକୃଷ୍ଣ ଗୌଡ଼ ଶିକ୍ଷକ ଅଟନ୍ତି । ପରିବାର ସହ ଉଠାଜଳସେଚନ କଲୋନୀରେ ବାସ କରନ୍ତି । ଜୟରାମଙ୍କ ଏଭଳି ସଫଳତା ପରେ ବିଧାୟକ ରଘୁନାଥ ଗମାଙ୍ଗ, ଉପଜିଲ୍ଲାପାଳ ସୋନାଲ ଜେନା, ପୌରସଂସ୍ଥାର ନିର୍ବାହି ଅଧିକାରୀ ଉମାପ୍ରସାଦ ଦାଶ, ନବନିର୍ମାଣ ସମିତିର ଅଧ୍ୟକ୍ଷ ଅକ୍ଷୟ ଦାଶ, ଶାନ୍ତିନିକେତନର ପ୍ରିନ୍ସପାଳ ଇନ୍ଦିରା ଅଧିକାରୀ, ପ୍ରଶାସନିକ ଅଧିକାରୀ ଶିବ ପୂଡାରୀ, ଉପସଭାପତି ଟୁନା ମିଶ୍ର, ଶିକ୍ଷକ ସପନ ଦାଶ, ମନୋଜ ପାଢୀ, ଏଲ୍ ଶିବା ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।