କରୋନା ପଜିଟିଭ ଚିହ୍ନଟ ପରେ ୨ ଦିନ ବ୍ୟାଙ୍କ ବନ୍ଦ

ପାଟଣା,ଏନ୍ଏନ୍ଏସ୍: ଦିନ କୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲି ଥିବାବେଳେ ପାଟଣା ବ୍ଲକ୍ ତୁରୁମୁଙ୍ଗା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦୁଇଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବ୍ୟାଙ୍କ ପକ୍ଷରୁ ଗତକାଲି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ବ୍ୟାଙ୍କର ଜଣେ ଫିଲ୍ଡ ଅଫିସର ଓ ଅନ୍ୟଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି।