ଆଜି ଆକାଶ ମାର୍ଗରୁ ଉତ୍ତରାଖଣ୍ଡର ବନ୍ୟାଞ୍ଚଳ ପରିଦର୍ଶନ କରିବେ ଶାହା

ଡେରାଡୁନ,ଏଜେନ୍ସି: ଆଜି ଉତ୍ତରାଖଣ୍ଡ ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହା। କାଜ୍ୟରେ ପ୍ରବଳ ବର୍ଷା କାରଣରୁ ଘଟିଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବେ। ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ମୃତ୍ୟୁ ସଂଖ୍ୟା ୪୫ରେ ପହଞ୍ଚିଛି।

ଏଥିରେ ବ୍ୟାପକ ଧନ ସମ୍ପତ୍ତି ମଧ୍ୟ କ୍ଷୟକ୍ଷତି ଘଟିଛି। ସ୍ଥିତି ଅନୁଧ୍ୟାନ ପାଇଁ ଆଜି ସନ୍ଧ୍ୟାରେ ଡେରାଡୁନରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଅଧିକାରୀଙ୍କ ସହ ଡେରାଡୁନରେ ଏକ ବୈଠକରେ ଯୋଗଦେଇ ରାଜ୍ୟର ସ୍ଥିତି ବାବଦରେ ପଚାରି ବୁଝିବେ। ଏହାପରେ ଗୃହମନ୍ତ୍ରୀ ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉତ୍ତରାଖଣ୍ଡ ବନ୍ୟାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଏଥିସହ ଟୁଇଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ପ୍ରବଳ ବର୍ଷାରେ ପ୍ରଭାବିତ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି। ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।’