ପଞ୍ଜାବ ରାଜନୀତିରେ ଥମୁନି ଝଡ: ବିଧାୟକ ପଦରୁ ଇସ୍ତଫା ଦେଲେ ସୁଖପାଲ

ଚଣ୍ଡୀଗଡ଼,ଏଜେନ୍ସି: ପଞ୍ଜାବ ରାଜନୀତିରେ ଅସ୍ଥିରତା ବଢିବାରେ ଲାଗିଛି। ମନ୍ତ୍ରୀ ଓ ବିଧାୟକ ମାନେ ଏବେ ବାରମ୍ୱାର ଇସ୍ତଫା ଦେବାରେ ଲାଗିଛନ୍ତି। ଏହି କ୍ରମରେ ଏବେ ଆଉ ଜଣେ ପଞ୍ଜାବର ଟାଣୁଆ କଂଗ୍ରେସ ନେତାଙ୍କ ନାମ ଯୋଡ଼ିଯାଇଛି।

ପଞ୍ଜାବ ବିଧାନସଭାର ପୂର୍ବତନ ବିରୋଧୀଦଳ ନେତା (୨୦୦୭ -୨୦୧୨), ପଞ୍ଜାବ ଏକତା ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ସୁଖପାଲ ସିଂହ ଖେହେରା ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି। ସେ ଇସ୍ତଫା ଦେବା ସହ ତାଙ୍କର ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କୁ ଦେଇଛନ୍ତି। ବାଚସ୍ପତି ମଧ୍ୟ ତାଙ୍କର ଇସ୍ତଫାପତ୍ରକୁ ସ୍ୱୀକାର କରିଛନ୍ତି। କିଛିଦିନ ପୂର୍ବରୁ ,କ୍ୟାପଟେନ ଅମରିନ୍ଦର ସିଂହ ତାଙ୍କର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଏହାପରେ ଲଗାତାର ଅନ୍ୟମନ୍ତ୍ରୀଙ୍କ ସହିତ ବିଧାୟକ ମାନେ ମଧ୍ୟ ଇସ୍ତଫା ଦେବାରେ ଲାଗିଛନ୍ତି। ସୁଖପାଲ ସିଂହ ଖେହେରା ପଞ୍ଜାବର ଭୂଲଥ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ। ୨୦୧୭ ମସିହାରେ ସେ କଂଗ୍ରେସ ଦଳ ଛାଡ଼ି ଆମ୍ ଆଦମି ପାର୍ଟିରେ ଯୋଗ ଦେଇଥିଲେ। ପୁଣି ସମୟକ୍ରମେ କଂଗ୍ରେସକୁ ଫେରିଥିଲେ।