ଭଦ୍ରକରୁ ସେକ୍ସ ରାକେଟ ଠାବ

ଭଦ୍ରକ୍‌,ଏନ୍ଏନ୍ଏସ୍: ବଙ୍ଗାୟ ସୁନ୍ଦରୀଙ୍କୁ ନେଇ ବାଲେଶ୍ୱର ଓ ଭଦ୍ରକର କିଛି ସ୍ଥାନରେ ବେଧଡ଼କ୍ ଭାବରେ ଚାଲି ଆସୁଛି ଦେହ ବ୍ୟବସାୟ। ସେକ୍ସ ରାକେଟର ଅନେକ ସମୟରେ ପର୍ଦ୍ଦାଫାଶ କରାଯାଉଥିଲେ ବି ରାକେଟର କିଙ୍ଗପିନ୍ ମାନେ ସବୁ ସମୟରେ ପୁଲିସକୁ ଚକମା ଦେଇ ଫେରାର ହେବାରେ ସଫଳ ହେଉଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡଗମୁଣ୍ଡ ସ୍ଥିତ ଭଡ଼ା ଘରେ ୧୫ ଦିନ ହେଲା କିଛି ମହିଳା ରହୁଥିଲେ। ସେଠାକୁ ଅନେକ ସମୟରେ ପୁରୁଷମାନେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଥିଲା। ସ୍ଥାନୀୟ ଲୋକେ ଏହି ମହିଳା ଓ ପୁରୁଷଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଅତି ସତର୍କତାର ସହ ଚଢ଼ଉ କରି ଏହି ରାକେଟ ଠାବ କରିବା ସହ ୪ ଜଣ ମହିଳା ଓ ୨ ଜଣ ପୁରୁଷଙ୍କୁ ଗିରଫ କରିଛି।

ଭଦ୍ରକ୍ ଟାଉନ୍ ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ରେଡ୍ କରି ଏହି ରାକେଟର ପର୍ଦ୍ଦାଫାଶ କରିଛନ୍ତି। ମାତ୍ର ଏବେବି ରାକେଟର କିଙ୍ଗପିନ୍ ପାଖରେ ପୁଲିସ ପହଞ୍ଚି ପାରିନାହିଁ।