Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ: ୬ ମୃତ, ୬ ଗୁରୁତର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ: ୬ ମୃତ, ୬ ଗୁରୁତର

କେନ୍ଦୁଝର: ରୋଷଣୀ କରି କନ୍ୟାଘରକୁ ଯାଉଥିଲା ବର । ଡିଜେ ବାଜୁଥିଲା, ନାଚଗୀତରେ ମସଗୁଲ ଥିଲେ ବରଯାତ୍ରୀ । ହେଲେ ଏତିକି ବେଳେ ଚାହୁଁ ଚାହୁଁ ମାଡିଆସିଲା ମୃତ୍ୟୁ । କନ୍ୟାଘର ଆଗରେ ବରଯାତ୍ରୀ ଦଳ ନାଚୁ ଥିବା ସମୟରେ ଶୋଭାଯାତ୍ରା ଆଡକୁ ମାଡିଗଲା କାଳରୂପୀ ଟ୍ରକ । ଫଳରେ ଆଖି ପିଛୁଳାକେ ଚାଲିଗଲା ୬ ଜଣଙ୍କ ଜୀବନ । ଗତକାଲି(ମଙ୍ଗଳବାର) ମଧ୍ୟରାତ୍ରିରେ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଷଠୀଘର ସାହି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏଥିରେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ପୁରୁଣା ସହର ସ୍ଥିତ ଷଠୀଘର ସାହିର କାର୍ତ୍ତିକ ପାତ୍ରଙ୍କ ଝିଅର ବାହାଘର ହରିଚନ୍ଦନପୁର ବ୍ଲକ ମାନପୁର ଗାଁର ହାଡ଼ିବନ୍ଧୁ ପାତ୍ରଙ୍କ ପୁଅ ହେମନ୍ତ ପାତ୍ରଙ୍କ ସହ ହେବାର ଥିଲା । ବରଯାତ୍ରୀମାନେ ରାତି ପ୍ରାୟ ସାଢେ ୧ଟା ସମୟରେ ରୋଷଣି କରି ବରକୁ ନେଇ ଶୋଭାଯାତ୍ରାରେ ଯାଉଥିଲେ । କନ୍ୟାଘର ଘର ମାତ୍ର କେଇ ମିଟର ଦୂରରେ ଥିଲା । ହେଲେ ଏହାପୂର୍ବରୁ ଜାତୀୟ ରାଜପଥରେ ବରଯାତ୍ରୀମାନେ ନାଚୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୭ ଜଣ ଗୁରୁତର ଆହତ ହୋଇଥିଲେ ।

ଖବରପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ହସ୍ପିଟାଲରେ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତଦେହ ଗୁଡିକ ମଧ୍ୟରୁ କାହାର ମୁଣ୍ଡ ତ କାହାର ପେଟ ଫାଟି ଏତେ ବୀଭତ୍ସ ହୋଇଯାଇଛି ଯେ ଚିହ୍ନିବା ମୁସ୍କିଲ ହୋଇପଡିଛି । ମୃତକଙ୍କ ମଧ୍ୟରେ ବରର ପୁତୁରା ସହ ଜଣେ ବରଯାତ୍ରୀ ଓ ଷଠିଘର ସାହିର ତିନି ଜଣ ରହିଛନ୍ତି । ଯାହାଫଳରେ ବିବାହ ଉତ୍ସବ ଲୁହରେ ଭିଜିଛି । ବର ବିବାହ ନକରି ଫେରିଯାଇଥିବା ଜଣାପଡିଛି । ଯେଉଁ କାରଣରୁ କନ୍ୟା ମଙ୍ଗୁଳା ହୋଇରହିଯାଇଛି ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ସେହି ସ୍ଥାନରେ ବାରମ୍ଵାର ଦୁର୍ଘଟଣା ଘଟି ଜୀବନ ଯାଉଥିବାରୁ ଏଠାରେ ଏକ ଓଭରବ୍ରିଜ ଦାବି କରି ସାହି ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ ଓ ମୃତଦେହ ଉଠାଇବାକୁ ଦେଇନଥିଲେ । ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୃତଦେହଗୁଡିକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ହେଲେ ଏବେ ବି ରାସ୍ତା ଅବରୋଧ ଜାରି ରହିଛି ।