Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭିଜିଲାନ୍ସ ପଞ୍ଝାରେ ଦିଗପହଣ୍ଡି ରେଞ୍ଜର, ଟଙ୍କା ନେଇ ଯାଉଥିଲେ ମାଡି ବସିଲା ଟିମ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭିଜିଲାନ୍ସ ପଞ୍ଝାରେ ଦିଗପହଣ୍ଡି ରେଞ୍ଜର, ଟଙ୍କା ନେଇ ଯାଉଥିଲେ ମାଡି ବସିଲା ଟିମ୍‌

ବ୍ରହ୍ମପୁର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ କରିବା ସହ ମୋଟ ୫ ଲକ୍ଷ ୩୯ ହଜାର ୭୫୦ ଟଙ୍କା ଜବତ କରାଯାଇଛି । ଏଥିସହ ଫରେଷ୍ଟ ରେଞ୍ଜରଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବନାଞ୍ଚଳ ରେଞ୍ଜରେ କାର୍ଯ୍ୟରତ ରହିଥିବା କାହ୍ନୁ ଚରଣ ପଟ୍ଟନାୟକ ଗତ ୨୬ ତାରିଖ ରାତିରେ ଏକ ଯୋଗେ କାରରେ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ପିତାମ୍ୱରପୁର ନିକଟସ୍ଥ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ନିକଟରେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇ ଥିଲା । ଯାଞ୍ଚ ବେଳେ ତାଙ୍କ କାରରୁ ନଗଦ ଦେଢ଼ ଲକ୍ଷ ଟଙ୍କା ମିଳିଥିଲା । ଏହି ଟଙ୍କା ସେ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ତାଙ୍କୁ ପଚରା ଯାଇଥିଲା । କିନ୍ତୁ ଉକ୍ତ ଟଙ୍କାକୁ ନେଇ ଭିଜିଲାନ୍ସର କୌଣସି ପ୍ରଶ୍ନର ସେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ଏହା ପରେ ଭିଜିଲାନ୍ସ ଉକ୍ତ ଦେଢ଼ ଲକ୍ଷ ଟଙ୍କାକୁ ଜବତ କରିଥିଲା ।

ଏଥିସହ ରେଞ୍ଜରଙ୍କ ଦିଗପହଣ୍ଡି ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହରର ବ୍ୟାଙ୍କ କଲୋନୀ ଦ୍ୱିତୀୟ ଲାଇନରେ ରହିଥିବା ବାସଭବନରେ ଚଢାଉ କରି ଖୋଳତାଡ କରିଥିଲେ । ଏହି ସମୟରେ ପୋଲିସ ବ୍ରହ୍ମପୁର ବାସଭବନରୁ ୩ ଲକ୍ଷ ୪୬ ହଜାର ୫୦୦ ଟଙ୍କା ଏବଂ ଦିଗପହଣ୍ଡି ସରକାରୀ ବାସଭବନରୁ ୪୧ ହଜାର ୨୫୦ ଟଙ୍କା ଜବତ କରିଥିବା ବେଳେ ମୋଟ ମୋଟ ୫ ଲକ୍ଷ ୩୯ ହଜାର ୭୫୦ ଟଙ୍କାର କୌଣସି ହିସାବ ଦେଇପାରିନଥିଲେ ରେଞ୍ଜର । ଯାହାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ସଂପୃକ୍ତ ରେଞ୍ଜରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।