Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସ୍କୁଲରେ ଭୟାବହ ଅଗ୍ନିକାଣ୍ଡ, ୧୯ ଛାତ୍ରୀ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସ୍କୁଲରେ ଭୟାବହ ଅଗ୍ନିକାଣ୍ଡ, ୧୯ ଛାତ୍ରୀ ମୃତ

ଓ୍ବାସିଂଟନ: ଦକ୍ଷିଣ ଆମେରିକୀୟ ଦେଶ ଗାଏନାରେ ଭୟାବହ ଅଗ୍ନିକାଣ୍ଡ । ମହିଦା ସହର ସ୍ଥିତ ଏକ ଗାର୍ଲ୍ସ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡ ଘଟିବାରୁ ୧୯ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ବହୁ ଛାତ୍ରୀଙ୍କୁ ସ୍କୁଲ ମଧ୍ୟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଏହି ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଅଗ୍ନିଶମ ଅଧିକାରୀ କହୁଥିବା ବେଳେ ୱାଶିଂଟନ୍ ପୋଷ୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୧୮ ଜଣ ବାଳିକା ଏବଂ ଜଣେ ଶିଶୁ ରହିଛନ୍ତି । ମୃତ ଶିଶୁ ଜଣଙ୍କ ସ୍କୁଲର କେୟାରଟେକରଙ୍କ ପୁଅ ବୋଲି ଜଣାପଡିଛି ।

ଗାଏନାର ରାଷ୍ଟ୍ରପତି ଇରଫାନ ଅଲ୍ଲି ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଭୟଙ୍କର ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶର ରାଜଧାନୀ ଜର୍ଜେଟାଉନ୍‌ଠାରୁ ପ୍ରାୟ ୨୦୦ ମାଇଲ୍ ଦୂରରେ ଗତକାଲି ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ମହଦିଆରେ ଥିବା ସ୍କୁଲରେ ନିଆଁ ଲାଗିଯାଇଥିଲା । ରବିବାର ଦିନ ୱାଶିଂଟନ୍ ପୋଷ୍ଟ ସ୍ଥାନୀୟ ଗଣମାଧ୍ୟମର ସୂଚନା ଆଧାରରେ ଏପରି ରିପୋର୍ଟ କରିଛି ।