ଇନ୍ଦୋରରେ ତିନି ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ; ୭ ଜଣ ଜୀବନ୍ତ ଦଗ୍ଧ, ୮ ଗୁରୁତର

ଇନ୍ଦୋର,ଏଜେନ୍ସି: ମଧ୍ୟପ୍ରଦେଶର ଇନ୍ଦୋର ସହରର ବିଜୟ ନଗର ଥାନା ଅଞ୍ଚଳରେ ଏକ ତିନି ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଶୁକ୍ରବାର ରାତିରେ ହୋଇଥିବା ଏହି ଅଗ୍ନିକାଣ୍ଡ ଯୋଗୁଁ ୭ ଜଣ ଜୀବନ୍ତ ଭାବେ ଜଳିଯାଇଛନ୍ତି। ଅଗ୍ନିକାଣ୍ଡର ଶିକାର ହୋଇଥିବା ଅନ୍ୟ୮ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିଜୟ ନଗରର ସ୍ୱର୍ଣ୍ଣବାଗ ଅଞ୍ଚଳରେ ତିନି ମହଲା କୋଠାରେ ବିଳମ୍ବିତ ରାତିରେ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେମାନେ ନିଆଁ ଲିଭାଇବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ। ତେବେ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ୮ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ଗୁରୁତରମାନଙ୍କୁ ଏମବାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲେ।