ଯମୁନା ଏକ୍ସପ୍ରେସ୍‌-ନାଗପୁରରେ ସଡ଼କ ଦୁର୍ଘଟଣା: ୫ ମହିଳା ସମେତ ୧୨ ମୃତ

ଲଖନଉ/ନାଗପୁର,ଏଜେନ୍ସି: ଉତ୍ତର ପ୍ରଦେଶର ମଥୁରା ନିକଟ ଯମୁନା ଏକ୍ସପ୍ରେସ୍ ଓ ମହାରାଷ୍ଟ୍ରର ନାଗପୁରରେ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ଘଟିଥିବା ଏହି ୨ଟି ସଡ଼କ ଦୁର୍ଘଟଣାରେ ୫ ଜଣ ମହିଳା ଓ ଜଣେ ଶିଶୁ ସମେତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି।

ଯମୁନା ଏକ୍ସପ୍ରେସ୍‌ରେ କାରକୁ ଅନ୍ୟ ଏକ ଗାଡ଼ି ଶକ୍ତ ଧକ୍କା ଦେବାରୁ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ୩ ଜଣ ମହିଳା, ୩ ଜଣ ପୁରୁଷ ଓ ଜଣେ ଶିଶୁ ଥିବା ନେଇ ଏସ୍‌ପି (ଗ୍ରାମାଞ୍ଚଳ) ଶିରିସ ଚନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି ଯେ, କାରରେ ଥିବା ଯାତ୍ରୀମାନେ ନୋଏଡାରେ ଆୟୋଜନ ହେଉଥିବା ଏକ ବିବାହ ସମାରୋହକୁ ଯାଉଥିଲେ।

ସେହିପରି ମହାରାଷ୍ଟ୍ରର ନାଗପୁରରେ କାର୍‌କୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିଲା ବେଳେ ୨ ଜଣ ପୁରୁଷ ସାମିଲ ଅଛନ୍ତି।