ଆଉ ନାହାନ୍ତି କଂଗ୍ରେସର ବରିଷ୍ଠ ନେତା ଜିଏସ ବାଲି

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସର ବରିଷ୍ଠ ନେତା ଜିଏସ ବାଲିଙ୍କ ଦେହାନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ଜିଏସ ବାଲିଙ୍କ ମୃତ୍ୟୁ ଖବର ତାଙ୍କ ପୁଅ ରଘୁବୀର ସିଂ ବାଲି ଟୁଇଟ ଯୋଗେ ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ମୋର ପିତା ତଥା ଆପଣଙ୍କ ପ୍ରିୟ ନେତା ଜିଏସ ବାଲି ଜୀ ଆମ ସହିତ ଆଉ ନାହାନ୍ତି। ମୋ ବାପା ହୁଏତ ନଥାଇ ପାରନ୍ତି। ଏହି ଦୁନିଆ କିନ୍ତୁ ତାଙ୍କର ଆଦର୍ଶ ଏବଂ ମାର୍ଗଦର୍ଶନ ସବୁଦିନ ପାଇଁ ମନେରଖିବ। ସେ ଆମ ହୃଦୟରେ ଚିର ଦିନ ପାଇଁ ରହିବେ ବୋଲି ସେ ଉଲ୍ଲେଖ କରିଛନ୍ତି।

ଗତକାଲି ରାତିରେ ସେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାଲି ୧୯୫୪ରେ ହିମାଚଳ ପ୍ରଦେଶର କାଙ୍ଗ୍ରା ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଦେହାନ୍ତରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିବା ସହ ଆମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି।