ଜଣେ କ୍ୟାଡର ମାଓବାଦୀ ନିହତ: ଡିଜିପି

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ କ୍ୟାଡର ମାଓବାଦୀ ମୃତ। ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି। ଏହି ପରିପ୍ରେକ୍ଷୀରେ ଘଟଣାସ୍ଥଳରୁ ବିଭିନ୍ନ ମାରଣାସ୍ତ୍ର ସହିତ ଏକେ-୪୭ ଜବତ ହୋଇଛି। ଏନେଇ ଡିଜିପି ଅଭୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସଓଜି ଓ ଓଡ଼ିଶା ପୁଲିସର ମିଳିତ ଅପରେସନରେ ଏହି ସଫଳତା ମିଳିଥିବା ଡିଜିପି କହିଛନ୍ତି।