ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ସମଗ୍ର ଦେଶରେ କରୋନା କାୟା ମେଲାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦୈନନ୍ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ଗୁରୁବାର ରାତିରେ ଦାରିଙ୍ଗବାଡ଼ି ଅଞ୍ଚଳର ଜନୈକ ବ୍ୟକ୍ତିର ଦାରିଙ୍ଗବାଡ଼ି ମେଡିକାଲରେ ମୃତ୍ୟୁ ହୋଇଥିଲା। ମୃତକଙ୍କୁ କରୋନା ହୋଇଥିବା ସନ୍ଦେହ କରି ପ୍ରଶାସନ ତରଫରୁ ମୃତ ଦେହକୁ ପରିବାର ଲୋକଙ୍କୁ ଘରକୁ ନେବାକୁ ଦିଆଯାଇ ନଥିଲା, ଏବଂ ଗ୍ରାମ ମଶାଣିରେ ଶବ ଦାହ କରିବାକୁ ବାରଣ କରାଯାଇଥିଲା।
