ନବରଙ୍ଗପୁର,ଏନ୍ଏନ୍ଏସ: ମଡେଲ ଡିଗ୍ରୀ କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଏକ ସେମିନାର ଆୟୋଜନ କରାଯାଇଛି । ଏଥିରେ ବିଭାଗର ୫ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ମାର୍ଗଦର୍ଶକ ଭାବେ ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଅନିଶା ବାନୋ, ଦୀପ୍ତିମୟୀ ବେହେରା, ଡଲି ରାଣୀ ବେହେରା, ପ୍ରଜ୍ଞା ପରୀମିତା ମଲ୍ଲିକ ଓ ଛାତ୍ର ଉର୍ଦ୍ଧବ ସାନ୍ତା ସେମାନଙ୍କର ବିଷୟ ବସ୍ତୁ ଉପରେ ସେମିନାର ଉପସ୍ଥାପନା କରିଥିଲେ । ବିଭାଗୀୟ ମୁଖ୍ୟ ସହକାରୀ ପ୍ରଫେସର ଡା. ଅରବିନ୍ଦ କୁମାର ଓଝା ଏହାକୁ ପରିଚାଳନା କରିଥିବାବେଳେ ଉଭୟ ପ୍ରାଣୀ ଓ ଉଦ୍ଭିଦ ବିଜ୍ଞାନର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ସାମିଲ ଥିଲେ । ଶେଷରେ ଅଧ୍ୟାପିକା ଇନ୍ଦ୍ରାଣୀ ମାଝୀ ଧନ୍ୟବାଦ ଦେଇଥିଲେ ।