ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇ ପାରିବନି : ହରିୟାଣା ମୁଖ୍ୟମନ୍ତ୍ରୀ

ହରିୟାଣା: ହରିୟାଣାର ନୂଁହରେ ଜାରି ହୋଇଥିବା ହିଂସା ଯୋଗୁ ଦେଶରେ ଚିନ୍ତାନଜକ ପରିସ୍ଥିତି ସୃଷ୍ଟି ହୋଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବଡ଼ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଯେ, ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇପାରିବ ନାହିଁ । ପ୍ରତ୍ୟେକ ବ୍ୟକ୍ତିର ସୁରକ୍ଷା ପୁଲିସ କରିପାରିନି କି ସେନା ପାରିବନି । ସେଥିପାଇଁ ସାମାଜିକ ସଦଭାବକୁ ସୁଧାରିବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆହୁରି କହିଛନ୍ତି ଯେ, ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବଳର ୨୦ଟି ଗ୍ରୁପକୁ ନିଯୁକ୍ତ କରାଯାଇଛି । ସେଥିମଧ୍ୟରୁ ନୂହଁରେ ୧୪, ପଲବଲରେ ୩, ଗୁରଗ୍ରାମରେ ୨ ଓ ଫରୀଦାବାଦରେ ୧ ଗ୍ରୁପ ନିଯୁକ୍ତ କରାଯାଇଛି ।