ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏଇଏସ୍ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନେଇ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ମିନତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନି ସଭାରେ ତରଭା ବିଡିଓ ବିନୟ ପଟେଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ବିଜ୍ଞାପିତ ଅଂଚଳର ପରିଷଦର ୧୧ନଂ ୱାର୍ଡର କାଉନସିଲର ସୁଜାତା ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ସମାଜରେ ମହିଳାମାନେ ଆତ୍ମ ସୁରକ୍ଷା କୌଶଳ ତାଲିମ ନେବା ଜରୁରୀ ବୋଲି କହିଥିଲେ।
ଆତ୍ମ ସୁରକ୍ଷା ସଂଯୋଜିକା ବିନତି ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଭୁବନେଶ୍ବରରୁ ମାଷ୍ଟର ଟ୍ରେନର ଭାବେ ତାଲିମ ପ୍ରାପ୍ତ ୩ ଜଣ ଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ୮ ଦିନ ଧରି ତାଲିମ ନେଇଥିବା ସମସ୍ତ ଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ସଞ୍ଜୀବ କୁମାର ସାହୁ ସହଯୋଗ କରିଥିବା ବେଳେ ଅଧ୍ୟାପିକା ଡ. ସରୋଜିନି ପଧାନ ଧନ୍ୟବାଦ ଅର୍ପଣ କରିଛନ୍ତି।