ହାଇଦରର ସହଯୋଗୀ ସେଖ ୟାକୁବକୁ ୭ ଦିନିଆ ରିମାଣ୍ଡରେ ନେଲା ମଙ୍ଗଳାବାଗ ଥାନା ପୁଲିସ

କଟକ,ଏନ୍ଏନ୍ଏସ୍: ହାଇଦର ଫେରାର ଷଡ଼ଯନ୍ତ୍ରରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ହାଇଦରର ସହଯୋଗୀ ସେଖ ୟାକୁବ ଓରଫ ସଲ୍ଲୁ ଫେରାର ଷଡ଼ଯନ୍ତ୍ରରେ ସାମିଲ ଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ଏସସିବି ମେଡିକାଲରେ ସଲ୍ଲୁ ବାରମ୍ବାର ହାଇଦରକୁ ଭେଟୁଥିଲା। ଏନେଇ ସେଖ୍ ୟାକୁବକୁ ଆଜି ୭ ଦିନିଆ ରିମାଣ୍ଡରେ ମଙ୍ଗଳାବାଗ ଥାନା ପୁଲିସ ନେଇଛି। ରିମାଣ୍ଡର ଅନୁମତି ଦେଲେ କଟକ ସିଟି ଜେଏମଏଫସି କୋର୍ଟ। ଏହାରି ଭିତରେ ହାଇଦର ଫେରାର ହେବା ଘଟଣା ପଛରେ ଅଧିକ ଖୋଳତାଡ଼ କରୁଛି ପୁଲିସ।

ଏହି ଘଟଣାରେ ସମ୍ବଲପୁର ଏସପି ୬ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟପଟେ ପୁଲିସର ୬ଟି ଟିମ ହାଇଦରକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ରେଡ୍ କରୁଥିବା ସୂଚନା ମିଳିଛି।