ନିର୍ବାଚନ ଓ ଉପନିର୍ବାଚନ ହେଉଥିବା ରାଜ୍ୟରେ ହୋଇପାରିବନି ବାଇକ ରାଲି

ଭୁବନେଶ୍ୱର,ଏନ୍ଏନ୍ଏସ୍: ନିର୍ବାଚନ ଓ ଉପ ନିର୍ବାଚନ ହେଉଥିବା ରାଜ୍ୟରେ ହୋଇପାରିବନି ବାଇକ ରାଲି। ଏ ସଂକ୍ରାନ୍ତରେ ନିର୍ବାଚନ କମିସନ ପକ୍ଷରୁ ଆସାମ, କେରଳ, ପୁଡୁଚେରି, ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି।

ନିର୍ବାଚନକୁ ଆଉ କମ୍ ସମୟ ବାକିଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଭୋଟ ହାତେଇବା ଆଶାରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ନଜରକୁ ଆସିଛି। ଫଳରେ ଏଭଳି ଏକ ନିଷ୍ପତି ନେଇଛନ୍ତି ନିର୍ବାଚନ କମିସନର। ଏହି ନିୟମ ଉପନିର୍ବାଚନ ପାଇଁ ମଧ୍ୟ ଲାଗୁ କରାଯିବ ଯାହାଫଳରେ ପିପିଲିରେ ମଧ୍ୟ ଆଜି ଠାରୁ ବାଇକ୍ ରାଲି ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।