ନୂଆଦିଲ୍ଲୀ: ବିଜେପି ମହାସଚିବ ଓ ପଶ୍ଚିମବଙ୍ଗ ପ୍ରଭାରୀ କୈଳାଶ ବିଜୟବର୍ଗୀୟଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ବିଜୟବର୍ଗୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଲିରେ ବୁଲିଟେପ୍ରୁଫ ଗାଡ଼ି ସହ ସୁରକ୍ଷାକର୍ମୀ ମଧ୍ୟ ବଢ଼ାଯାଇଛି। ପୂର୍ବରୁ ତାଙ୍କୁ ଜେଡ୍ କେଟେଗରୀ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଛି।
ବିଜେପିି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କୋଲକାତା ଗସ୍ତ ସମୟରେ ଏକ ରାଲିରେ ତାଙ୍କ ଉପରେ ଆକ୍ରମଣ କରାଯିବା ସହ ବିଜୟବର୍ଗୀୟଙ୍କ ଗାଡ଼ିକୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ମାମଲାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ବିରୋଧାଭାସ କରିଥିଲା।
ସୂଚନାଯୋଗ୍ୟ, ବିଜୟବର୍ଗୀୟ ଲଗାତାର ଭାବେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରକୁ ଟାର୍ଗେଟ କରିଛନ୍ତି। ଗତକାଲି ବିଜୟବର୍ଗୀୟ କହିଛନ୍ତି ଯେ, ବଙ୍ଗଳାରେ ହିଂସା ଓ ଆତଙ୍କ ଉପରେ ସମ୍ପୂର୍ଣ୍ଣ ବିରାମ ଲଗାଇବା ପାଇଁ ତତ୍କାଳ କେନ୍ଦ୍ରୀୟ ବଳକୁ ନିଯୁକ୍ତ କରାଯିବା ଉଚିତ।