ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେହେରାମାଲ ଅଞ୍ଚଳରୁ ଦିନ ଦ୍ୱିପ୍ରହରରେ କାର ଭିତରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜର ଦୀନେଶ ସାହୁ ଏହି ଅଭିଯୋଗ ଆଣିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ଝାରସୁଗୁଡ଼ା ବେହେରାମାଲସ୍ଥିତ ଏକ୍ସିସ ବ୍ୟାଙ୍କରୁ ଦୀନେଶ ଅପରାହ୍ଣ ସମୟେର ୫ଲକ୍ଷ ଟଙ୍କା ଉଠାଇଥିଲେ। ସେ ଟଙ୍କାକୁ କାରର ଆଗ ସିଟରେ ରଖି ଗାନ୍ଧି ଛକକୁ ଫେରୁଥିଲେ। ବମ୍ବେଛକ ନିକଟରେ ଥିବା ଏକ ଦୋକାନକୁ ଯିବା ପାଇଁ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂ କରି କାର ଡୋର ଖୋଲିଥିଲେ। ସେହି ିସମୟରେ କାର ପଛପଟୁ ୨ଜଣ ଦୁର୍ବୁତ ଏକ ବାଇକରେ ଆସି କାରର ଡୋର ଖୋଲି ୫ ଲକ୍ଷ ଟଙ୍କା ଲୁଟିି ଫେରାର ହୋଇଯାଇଥିଲେ। ଏନେଇ ଦୀନେଶ ଝାରସୁଗୁଡ଼ା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଛାନଭିନ୍ ମଧ୍ୟ ଆରମ୍ଭ କରିଛି।