ଶ୍ରୀନଗରରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର, ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଉପଦ୍ରବ କମ ହେଉନାହିଁ। ପୁଣି ଥରେ ଶ୍ରୀନଗରରେ ଆତଙ୍କବାଦୀ ଗତିବିଧି ନେଇ ସୁରକ୍ଷା ବାହିନୀର ଯବାନଙ୍କୁ ସୂଚନା ମିଳିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶ୍ରୀନଗରସ୍ଥିତ ଦାନମର ଅଞ୍ଚଳରେ ଆଲମଦର କଲୋନିରେ ଆତଙ୍କବାଦୀମାନେ ଲୁଛି ରହିଥିବା ସୁରକ୍ଷା ବାହିନୀକୁ ସୂଚନା ମିଳିଛି। କଶ୍ମୀର ଜୋନ ପୁଲିସ କହିଛି ଯେ, ଯବାନମାନେ ଆତଙ୍କମାନଙ୍କ ଉପରେ ଏନକାଉଣ୍ଟର କରିଛନ୍ତି। କିନ୍ତୁ ସର୍ଚ୍ଚ ଅପରେସନ ଜାରି ଥିବାରୁ ବିସ୍ତୃତ ରିପୋର୍ଟ ହସ୍ତଗତ ହୋଇପାରି ନାହିଁ।