ସ୍ୱାଧୀନତା ଦିବସ ପୂର୍ବରୁ ସତର୍କ ସୂଚନା; ଅଗଷ୍ଟ ୧୬ ଯାଏଁ ଦିଲ୍ଲୀ ଆକାଶରେ ଉଡ଼ିପାରିବନି ଡ୍ରୋନ୍

ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ କଶ୍ମୀରରେ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଦ୍ୱାରା ବୋମା ଖସାଇବା ପରେ ସ୍ୱାଧୀନତା ଦିବସ ସମାରୋହକୁ ନେଇ ଦିଲ୍ଲୀ ଆଲର୍ଟ ରହିଛି। ସ୍ୱାଧୀନତା ଦିବସ ପୂର୍ବରୁ ରାଜଧାନୀରେ ସୁରକ୍ଷା ସଂସ୍ଥା କୌଣସି ପ୍ରକାରର ଦୁର୍ଘଟଣାରୁ ବର୍ତ୍ତିବାକୁ ଚାହୁଁଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଦିଲ୍ଲୀ ପୁଲିସ କମିସନର ବାଲାଜୀ ଶ୍ରୀବାସ୍ତବ ସ୍ୱାଧୀନତା ଦିବସ ସମାରୋହ ପୂର୍ବରୁ ଡ୍ରୋନ, ପ୍ୟାରାଗ୍ଲାଇଡର ଓ ହଟ ଏୟାର ବେଲୁନ ଭଳି ବସ୍ତୁ ଉଡ଼ାଣକୁ ନେଇ କଟକଣା ଲଗାଇ ପାଇଁ ଆଦେଶ ଜାରି କରିଛନ୍ତି।

ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ଆଦେଶ ଆଜିଠୁ ଅଗଷ୍ଟ ୧୬ ଯାଏଁ ଲାଗୁ ରହିବ। ଉଚ୍ଚ ସୁରକ୍ଷାଯୁକ୍ତ ଜମ୍ମୁ ବାୟୁସେନା ଷ୍ଟେସନରେ ଜୁନ ୨୭ରେ ୨ଥର ବିସ୍ଫୋରଣ ହୋଇଥିଲା। ନିଜ ତରଫରୁ ପ୍ରଥମ ଆକ୍ରମଣରେ ଏକ ଡ୍ରୋନ ଜମ୍ମୁରେ ଭାରତୀୟ ବାୟୁସେନା ଉପରେ ଖସିଥିଲା, ଏଥିରେ ୨ ଜଣ କର୍ମଚାରୀ ସାମାନ୍ୟ ଆଘାତ ପାଇଥିଲେ।