ରାଜ୍ୟରେ ଆଜି ଆଉ ୨୦୭୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୪୯,୯୨୯ରେ ପହଞ୍ଚିଛି। ତେବେ ଚିହ୍ନଟ ହୋଇଥିବା ୨୦୭୦ ସଂକ୍ରମିତଙ୍କ ମଧ୍ୟରୁ ୧୧୯୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୭୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ ସୁସ୍ଥ ତାଲିକା ୯,୨୩,୨୦୯ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୭୬, ବରଗଡରୁ ୧୫, ଭଦ୍ରକରୁ ୬୬, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୧, କଟକରୁ ୩୧୯, ଦେବଗଡରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୬, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୩୬, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୧୮, କେନ୍ଦ୍ରାପଡାରୁ ୭୭, କେନ୍ଦୁଝରରୁ୫୬, ଖୋର୍ଦ୍ଧାରୁ ୪୪୬, କୋରାପୁଟରୁ ୨୩, ମାଲକାନଗିରିରୁ ୨୦, ମୟୂରଭଞ୍ଜରୁ ୮୧, ନବରଙ୍ଗପୁରରୁ ୧୧, ନୟାଗଡ଼ ୫୯, ନୂଆପଡ଼ାରୁ ୭, ପୁରୀରୁ ୧୧୦, ରାୟଗଡାରୁ ୧୮, ସମ୍ବଲପୁରରୁ ୧୬, ସୋନପୁରରୁ ୮, ସୁନ୍ଦରଗଡରୁ ୬୬ ଏବଂ ଷ୍ଟେଟ ପୁଲରୁ ୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।