ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୨୮ଟି ସିଟରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସକୁ ‘ଧୋକାବାଜ ପାର୍ଟି’ କହିଛନ୍ତି। ଶିବରାଜ କହିଛନ୍ତି ଯେ, ପୂର୍ବ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହି ଭୋଟ ସାଉଁଟିଥିବା କଂଗେସ ପାର୍ଟି ପରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ।
ଗୁନା ଜିଲ୍ଲାର ବମୋରୀ ବିଧାନସଭା କ୍ଷେତ୍ରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିବରାଜ କହିଛନ୍ତି ଯେ, କଂଗ୍ରେସ ୨୦୧୮ ନିର୍ବାଚନ ପୂର୍ବରୁ ହିଁ ଧୋକା ଦେବା ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ କମଲନାଥ କେଉଁଠିକୁ ବି ଯାଉନଥିଲେ। ସିନ୍ଧିଆ ସବୁ ଜାଗାକୁ ଯାଉଥିଲେ ଆଉ ଲୋକେ ତାଙ୍କୁ ପ୍ରଶ୍ନ ପଚାରୁଥିଲେ।
ଏହି ଅବସରରେ ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ‘ଯେଉଁମାନେ ସିନ୍ଧିଆ ପରିବାରକୁ ଧୋକା ଦେଇଛନ୍ତି, ତା’କୁ ସିନ୍ଧିଆ ପରିବାର କଡ଼ା ଜବାବ ଦେଇଛି।’