କଟକଣା ମଧ୍ୟରେ ହେବ ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରା, ୩ ଦିନ ପାଇଁ ୧୪୪ ଧାରା

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡର ପ୍ରସିଦ୍ଧ ଐତିହାସିକ ବଏଲ ଯାତ୍ରା ଚଳିତ ବର୍ଷ କୋବିଡ଼ କଟକଣା ମଧ୍ୟରେ କେବଳ ଗଡ ଭିତର ପରିସରରେ ବିନା ବାଦ୍ୟରେ ହେବ। ଏନେଇ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସୋମନାଥ ପ୍ରଧାନ ଜଣାଇଛନ୍ତି। ପାଟଣାଗଡ଼ ପ୍ରଶାସନ ଏହି ବଏଲ ଯାତ୍ରାକୁ ଆଖି ଆଗରେ ରଖି ସହରରେ ୩ ଦିନ ପାଇଁ ଅର୍ଥାତ୍ ଆଜି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଧାରା ୧୪୪ ଜାରି କରିଛନ୍ତି। ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସୋମନାଥ ପ୍ରଧାନ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଯେ, ନିଜ ନିଜ ଘରେ ରହି ମାଆଙ୍କୁ ଦର୍ଶନ କରନ୍ତୁ ।

କୌଣସି ସ୍ଥାନରେ ଏକାଠି ନ ରହି କେବଳ ୫ଜଣ ରହି ପାରିବେ। ଏହି ପ୍ରସିଦ୍ଧ ବଏଲ ଯାତ୍ରା ଦେଖିବାକୁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ଏଠାରେ ପ୍ରକାଶ ଯେ, ଯାତ୍ରା ଦିନ ଗଡଭିତର ଯାତ୍ରା ପଡିଆ ରାମଜି ଛକ ମେହେର ପଡା ଗଳି ଓ ସହର କୁ ସିଲ କରି କେବଳ ଗଡଭିତରେ ଦେବୀ ବାହାରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି।