ପାରିବାରିକ କଳହକୁ ନେଇ ସ୍ୱାମୀର ତଣ୍ଟି କାଟି ହତ୍ୟା କଲା ୨ୟ ସ୍ତ୍ରୀ

ଆଠଗଡ଼,ଏନ୍ଏନ୍ଏସ୍: ସ୍ୱାମୀର ତଣ୍ଟି କାଟି ହତ୍ୟାକଲା ସ୍ତ୍ରୀ। ପାରିବାରିକ କଳହକୁ ନେଇ ସ୍ୱାମୀର ତଣ୍ଟି କାଟିଦେଲା ଅଗ୍ନିକୁ ସାଖି ରଖି ବିବାହ କରିଥିବା ସ୍ତ୍ରୀ। ଆଠଗଡ ପୌରାଞ୍ଚଳ ୪୪ ନମ୍ବର ୱାର୍ଡରେ ଏଭଳି ଜଘନ୍ୟ କାଣ୍ଡ ଘଟିଥିବା ଘଟଣାଟି ସାମ୍ନାକୁ ଆସିଛି।

ସ୍ୱାମୀ ମଙ୍ଗୁଳି ନାୟକର ଉକ୍ତ ମହିଳା ଜଣକ ୨ୟ ସ୍ତ୍ରୀ ହୋଇଥିବା ବେଳେ କୌଣସି ପାରିବାରିକ କାରଣ ପାଇଁ ଆଜି ତଣ୍ଟି କାଟି କାଟି ଦେଇ ହତ୍ୟା କରିଛି ୨ୟ ସ୍ତ୍ରୀ ରୀନା। ଅଭିଯୁକ୍ତ ପତ୍ନୀ ରୀନା କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଥାନାକୁ ଆଣିଥିବା ଜଣାପଡ଼ିଛି।

ସୁଚନା ଅନୁସାରେ ପ୍ରଥମ ସ୍ତ୍ରୀ ମାମି ନାଏକ ଥାଇ ମଙ୍ଗୁଳି ରୀନାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ରୀନା ମଧ୍ୟ ପୁର୍ବରୁ ସେହି ସାହିରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ।

କିଛି ମାସ ପୂର୍ବରୁ ମଙ୍ଗୁଳି ନାଏକ ଓ ରୀନା ନାଏକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ମଙ୍ଗୁଳି ରୀନାଙ୍କୁ ନେଇ କୁଆଡେ ଚାଲି ଯାଇଥିଲେ। କିଛି ଦିନ ପରେ ଘରକୁ ଆସି ରହିଥିଲେ। ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଚାଲିଥିବାରୁ ଆଜି ଏହା ହିଂସାତ୍ମକ ରୂପ ନେଇଛି।