ଡିଆରଡିଓର କୋଭିଡ ଔଷଧ ଟୁ-ଡିଜି: ଆସନ୍ତା କାଲି ରିଲିଜ ହେବ ଦ୍ୱିତୀୟ ବ୍ୟାଚ୍

ନୂଆଦିଲ୍ଲୀ,ଏଜେନ୍ସି: ଡିଆରଡିଓର ଆଣ୍ଟି କୋଭିଡ ଡ୍ରଗ୍ ଟୁ-ଡିଜିର ଦ୍ୱିତୀୟ ବ୍ୟାଚ୍ ଆସନ୍ତା କାଲି ପ୍ରସ୍ତୁତକାରୀ ଡ. ରେଡ୍ଡି ଲ୍ୟାବ ତରଫରୁ ରିଲିଜ ହେବ। ଏନେଇ ଡିଆରଡିଓ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ଦ୍ୱିତୀୟ ବ୍ୟାଚରେ ୧୦ ହଜାର ପ୍ୟାକେଟ ଛଡାଯିବ। ଏହି ଔଷଧ ବର୍ତ୍ତମାନ ବ୍ୟବସାୟିକ କ୍ଷେତ୍ରରେ ଉପଲବ୍ଧ ହେବ। ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ ଏହି ଔଷଧକୁ ଓରାଲ ଭାବରେ ରୋଗୀଙ୍କଠାରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଗତମାସରେ ସୂଚନା ଜାରି କରାଯାଇଥିଲା।

ଭାରତରେ ଯେତେବେଳେ କରୋନା ମହାମାରୀ ଅନିୟନ୍ତ୍ରିତ ପରିସ୍ଥିତିରେ ଥିଲା ସେହି ସମୟରେ ଏହି ଔଷଧକୁ ମଞ୍ଜୁରି ପ୍ରଦାନ କରାଯାଇଥିଲା।