ଇନଫୋସିସ୍ ସିଇଓ ସେଲିଲ ପରେଖଙ୍କ ବାର୍ଷିକ ରୋଜଗାର ୪୯.୬୮ କୋଟି 

ନୂଆଦିଲ୍ଲୀ,ଏଜେନ୍ସି: ଇନଫୋସିସର ୨୦୨୦-୨୧ ବର୍ଷର ଆର୍ଥିକ ରିପୋର୍ଟ ଅନୁସାରେ ସିଇଓ ସେଲିଲ ପରେଖଙ୍କ ବାର୍ଷିକ ରୋଜଗାର ୪୯.୬୮ କୋଟି ଟଙ୍କା। ପରେଖଙ୍କ ଏହି ରୋଜଗାର ମଧ୍ୟରେ ଅଧା ରୋଜଗାର ଷ୍ଟକରୁ ଆସିଥିବା ଜଣାପଡ଼ିଛି। ରୋଜଗାରର ୬.୦୭ କୋଟି ଦରମା, ୧୨.୬୨ କୋଟି ବୋନସ୍, ଇନସେନଟିଭ୍ ଓ ୩୦.୯୯ କୋଟି ଟଙ୍କା ଷ୍ଟକରୁ ଆମଦାନୀ ହୋଇଛି।

ସେହିପରି ଭାରତର ବୃହତମ ଆଇଟି ଫାର୍ମ ଟିସିଏସର ସିଇଓ ଏବଂ ଏମଡି ରାଜେଶ ଗୋପିନାଥନ ୨୦୨୦-୨୧ ବର୍ଷରେ ୨୦.୩୬ କୋଟି ଟଙ୍କା ରୋଜଗାର କରିଛନ୍ତି।