୨୧ରେ ପୁରୀରେ ବିଶ୍ୱର ବୃହତମ ବେଳାଭୂମି ସଫେଇ

ପୁରୀ,ଏନ୍ଏନ୍ଏସ୍: ଆନ୍ତର୍ଜାତିକ ବେଳାଭୂମି ସଫେଇ ସେପ୍ଟେମ୍ବର ମାସ ତୃତୀୟ ଶନିବାର ତଥା ଆସନ୍ତା ୨୧ ତାରିଖରେ ପାଳନ କରାଯିବ । ଏହି ଦିନ ବିଶ୍ୱ ଶାନ୍ତି ଦିବସ ମଧ୍ୟ ପାଳନ କରାଯିବ । ପୁରୀଜିଲ୍ଲାର ୧୪୦କିଲୋମିଟର ବ୍ୟାପି ବେଳାଭୂମି ସଫେଇ କରାଯିବ । ଯାହା ପୃଥିବୀର ଦୀର୍ଘତମ ସଫେଇଭାବେ ପରିଚିତ ହେବ । ୨୦୧୬ ମସିହା ଅଗଷ୍ଟ ମାସରେ ମୁମ୍ବାଇଠାରେ ଅଢେଇ କିଲୋମିଟର ବିଚ ସଫେଇରେ ୨ହଜାର ଲୋକ ନିୟୋଜିତ ହୋଇଥିଲେ । ବିଚର ୧୦୦ଟି ସ୍ଥାନରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ୍, ସ୍କାଉଟ୍ ଓ ଗାଇଡ୍, ସ୍ଥାନୀୟ ବାସିନ୍ଦା, ହୋଟେଲ ମାଲିକ ଓ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସରକାରୀ ଅଧିକାରୀ ଓ କର୍ମଚାରୀ, ମତ୍ସ୍ୟଜୀବି ସଂପଦ୍ରାୟ, ଶିକ୍ଷୟ ଶିକ୍ଷୟିତ୍ରୀ, ଲାଇଫ୍ଗାର୍ଡ, ସମୁଦ୍ରକୂଳ ଉଠାଦୋକାନୀ, ଫଟୋଗ୍ରାଫର, ଟୁରିଷ୍ଟ ଗାଇଡ୍, ଇକୋ କ୍ଲବ ସଦସ୍ୟ, ବରିଷ୍ଠ ନାଗରିକ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ, ପୁଲିସ, ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ, ପୌରସଂସ୍ଥା, ବିଜ୍ଞାପିତ ଅଂଚଳ, ଗ୍ରାମପଂଚାୟତର ସଦସ୍ୟଗଣ, ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ଯୁବ ସଂଗଠନମାନେ ଏହି ସଫେଇରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ବଲବନ୍ତ ସିଂ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।