Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନାକ୍ ମାନ୍ୟତା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନାକ୍ ମାନ୍ୟତା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ଅଧିକ ସଂଖ୍ୟାରେ ଉଚ୍ଚଶିକ୍ଷାନୁଷ୍ଟାନଗୁଡିକ ଯେପରି ନାକ୍ ମାନ୍ୟତା ପାଇବ ସେ ଦିଗରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଏହାସହିତ ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକଙ୍କର ଦକ୍ଷତା ବୃଦ୍ଧି ଲାଗି ନିୟମିତ ରିଫ୍ରେସର କୋର୍ସକୁ ଗୁରୁତ୍ୱ ଦିଆଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଛନ୍ତି। ଗୁରୁବାର ପୁସ୍ତକଭବନ ପରିସରରେ କୁଳପତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡ.ସାହୁ ଯୋଗଦେଇ ଶିକ୍ଷାନୁଷ୍ଠାନର ମାନବସମ୍ବଳ ବିକାଶ କେନ୍ଦ୍ରଗୁଡିକର କାର୍ଯ୍ୟକରିତା, ପରିଚାଳନା ଓ ନାକ୍ ମାନ୍ୟତା ସମ୍ପର୍କରେ ସମୀକ୍ଷା କରିଥିଲେ। ତେବେ ଗୁଣାତ୍ମକ ଶିକ୍ଷାଦାନ ଲାଗି ଅଧ୍ୟାପକଙ୍କୁ ନିୟମିତ ପ୍ରଶିକ୍ଷଣ ଆବଶ୍ୟକ ବୋଲି କହିଥିଲେ। ଏହାବ୍ୟତୀତ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ କଲେଜ ଉନ୍ନୟନ ପରିଷଦ ଏବଂ ଇଣ୍ଟରନାଲ କ୍ୱାଲିଟି ଆସୁରାନ୍ସ ସେଲ ବାବଦରେ ସମୀକ୍ଷା କରିବା ସହ ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରାଯିବା ପାଇଁ ସବୁ ସ୍ତରରେ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ବୋଲି ମଧ୍ୟ କହିଛନ୍ତି। ଶିକ୍ଷାନୁଷ୍ଠାନଗୁଡିକରେ ୫ଟିକୁ କଡାକଡି ଭାବେ ପାଳନ କରିବା ସହ ଇ-ଗଭାର୍ଣ୍ଣାସ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଉଚ୍ଚଶିକ୍ଷାକୁ ଏକ ଉଚ୍ଚସ୍ତରକୁ ନେବା ପାଇଁ ମନ୍ତ୍ରୀ ଡ.ସାହୁ କହିଥିଲେ। ଏଥସହ ନାକ୍ ମାନ୍ୟତା ପାଇବା ଦିଗରେ ଉଚ୍ଚଶିକ୍ଷା ପକ୍ଷରୁ ସବୁ ସୁବିଧା ସହଯୋଗ ପ୍ରଦାନ କରିଯିବ ବୋଲି ମଧ୍ୟ କହିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର, ବିଶ୍ୱବ୍ୟାଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ବି. ପରମେଶ୍ୱରନ୍, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାଶ ଏବଂ ପ୍ରଫେସର ସସ୍ମିତ ପାଣୀ ପ୍ରମୁଖ ଯୋଗଦେଇ ନାକ୍ ମାନ୍ୟତା ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ଉଚ୍ଚପଦାଧିକାରୀମାନେ ଉପସ୍ଥିତ ଥିଲେ।