ଗଛରେ ପିଟି ହୋଇ ସ୍କୁଟି ଚାଳକ ମୃତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଥାନା ଅର୍ନ୍ତଗତ ବାଞ୍ଜିଝାଲ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଲୁହାସିଂହା ଗ୍ରାମର ସ୍ୱାସ୍ଥ୍ୟକର୍ମୀ ବିରେନ ମହରା(୩୦) । ମିଳିଥିବା ରିପୋର୍ଟ ମୁତାବକ, ବିରେନ ବଲାଙ୍ଗିରରୁ ଟ୍ରେନିଂ ସାରି ନିଜ ଘରକୁ ଏକ ସ୍କୁଟି ଯୋଗେ ଫେରୁଥିବା ସମୟରେ ବାଞ୍ଜିଝାଲ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପାଟଣାଗଡ଼ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଏନେଇ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି ।