‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ସରକାରକୁ ଘେରିିଲେ ମେହେବୁବା ମୁଫତୀ

ଜମ୍ମୁ-କଶ୍ମୀର: କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି । ଅନ୍ୟପଟେ କଂଗ୍ରେସ ଓ ଅନ୍ୟ କିଛି ଦଳ ଏହି ଫିଲ୍ମକୁ ବିରୋଧ କରୁଛନ୍ତି । ଇତିମଧ୍ୟରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ମେହେବୁବା ମୁଫତୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଭାରତ ସରକାର ଯେଉଁଭଳି ଭାବେ କଶ୍ମୀର ଫାଇଲ୍ସ ଫିଲ୍ମକୁ ପ୍ରଚାର କରି କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାକୁ ଦେଖାଉଛି ସେଥିରୁ ତା’ର ଖରାପ ମନଭାବ ସାମ୍ନାକୁ ଆସିଛି । ପୁରୁଣା ଘା’ରେ ମଲମ ଲାଗାଇବା ଏବଂ ୨ଟି ସମୁଦାୟ ମଧ୍ୟରେ ଭଲ ପରିବେଶ ସୃଷ୍ଟି କରିବା ବ୍ୟତୀତ ସେ ସେମାନଙ୍କୁ ଭିନ୍ନ କରୁଛନ୍ତି ।