ସ୍କୁଟିକୁ ଧକ୍କା ଦେଲା ଲୁହା ରଡ୍ ବୋଝେଇ ଟ୍ରଲର ଗାଡ଼ି, ଘଟଣାସ୍ଥଳରେ ନର୍ସଙ୍କ ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକ ସ୍କୁଟିକୁ ଚାପି ଦେଲା ଟ୍ରଲର ଗାଡ଼ି। ଦୁର୍ଘଟଣା ସ୍ଥଳରେ ସ୍କୁଟି ଚାଳକ ମହିଳାଙ୍କର ମୃତ୍ୟୁ। ଏପରି ଘଟଣା ଘଟିଛି ଖଣ୍ଡଗିରି ୧୬ ନମ୍ବର ଜାତୀୟ ରାଜପଥର ପାତ୍ରପଡ଼ା ଶନିମନ୍ଦିର କଟ୍ ନିକଟରେ।

ମୃତ ମହିଳାଙ୍କ ନାଁ ହେଉଛି ସରସ୍ୱତୀ ମଲ୍ଲିକ ଓ ସ୍ୱାମୀ ଧନେଶ୍ୱର ପ୍ରଧାନ। ସେ ତମାଣ୍ଡୋରେ ରହୁଥିବା ବେଳେ ସରସ୍ୱତୀ କୋଳଥିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରନ୍ତି। ଗତକାଲି ହସ୍ପିଟାଲକୁ ଯାଉଥିବା ବେଳେ ହଠାତ୍ ପଛପଟ ଆସୁଥିବା ଏକ ଲୁହା ରଡ୍ ବୋଝେଇ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକମାନେ ଗାଡ଼ି ଡ଼୍ରାଇଭରକୁ ଅଟକ ରଖି ପୁଲିସରେ ଜିମା ଦେଇଛନ୍ତି।