କର୍ଣ୍ଣାଟକରେ ତିନି ସପ୍ତାହ ପାଇଁ ବନ୍ଦ ହେଲା ବିଦ୍ୟାଳୟ

ବେଙ୍ଗାଲୁରୁ,ଏଜେନ୍ସି: ଶିକ୍ଷକମାନେ କରୋନା ଆକ୍ରାନ୍ତ ହେବା ଖବର ଉପରେ ନଜର ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଅକ୍ଟୋବର ୧୨ରୁ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମ ଜରିଆରେ ଶିକ୍ଷକମାନେ କୋଭିଡ୍ ପଜିଟିଭ୍ ହେଉଥିବା ଖବର ଜାଣିଲି। ରାଜ୍ୟର ୩୪ଜଣ ଛାତ୍ରଛାତ୍ରୀ ଏବଂ କିଛି ଶିକ୍ଷକ କୋଭିଡ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେଣୁ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଏହି ତିନି ସପ୍ତାହ ରାଜ୍ୟର ସମସ୍ତ ପ୍ରକାର ବିଦ୍ୟାଳୟ ବନ୍ଦ କରାଯାଇଥିବା ୟେଦ୍ୟୁରପ୍ପା କହିଛନ୍ତି।