ଆଜିଠୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜିଠାରୁ ଆରମ୍ଭ ହେଉଛି ଓଜେଇଇ ସ୍ପରୀକ୍ଷା। ଏହା ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ଚାଲିବ ପରୀକ୍ଷା । ଜେଇଇ ମେନ୍ ଢାଞ୍ଚାରେ କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ପରୀକ୍ଷା ହେବ ।
ସକାଳ ୯ଟାରୁ ୧୧ଟା, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦ ଏବଂ ଅପରାହ୍ନ ୪ଟାରୁ ୬ଟା ଯାଏଁ ୩ଟି ସିଫ୍ଟରେ ପରୀକ୍ଷା ହେବ । ମାସ୍କ , ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ରକୁ ଭଲ ଭାବେ ସାନିଟାଇଜ କରାଯାଇଛି । ୧୦୦ ପିଲା ବସିବାକୁ ସୁବିଧା ଥିବା କେନ୍ଦ୍ରରେ ୫୦ ପରୀକ୍ଷାର୍ଥୀ ବସିବେ ।ଓଜେଇଇ ପାଇଁ ଓଡ଼ିଶାର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ରାଜ୍ୟ ବାହାରେ କୋଳକତା, ରାଞ୍ଚି ଓ ପାଟନାରେ ୫ଟି ସେଣ୍ଟର କରାଯାଇଛି । ଏଥର ୮୦ ହଜାର ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବେ ।