ତବଲିଗି ଜମାତଙ୍କ ପ୍ରତିଛବି ସହିତ ଜଡିତ ଅବେଦନ ଉପରେ କେନ୍ଦ୍ରକୁ ତାଗିଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ତବଲିଗି ଜମାତର ପ୍ରତିଛବି ଖରାପ କରିବା ମାମଲା ଆବେଦନରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛି। ବାକ୍ ସ୍ୱାଧୀନତା ଓ ଅଭିବ୍ୟକ୍ତିକୁ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ରାୟ ରଖିଛନ୍ତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ଆଜି ଏହି କେସର ଶୁଣାଣି କରି କହିଛନ୍ତି କି ଏଥିରେ ବାକ୍ ସ୍ୱାଧୀନତା ଓ ଅଭିବ୍ୟକ୍ତି ଅଧିକାରର ଅନେକ ଥର ଅପବ୍ୟବହାର ହୋଇଛି। ଏନେଇ କେନ୍ଦ୍ରକୁ ମଧ୍ୟ ଏଭଳି ଆଫିଡେଭିଟ ଦାଖଲ ନ କରିବାକୁ ସୁପ୍ରିମକୋର୍ଟ ତାଗିଦ କରିଛି।

ସୂଚନା ଅନୁସାରେ ଏକ ତଳସ୍ତରର ଅଧିକାରୀ ଦ୍ୱାରା କେନ୍ଦ୍ରରୁ ସ୍ୱାଧୀନତାର ଅଧିକାରକୁ ନେଇ ଆବେଦନ ହୋଇଥିଲା। ସେହିପରି ଆବେଦନକାରୀଙ୍କ ଉପରେ ଏନେଇ କୌଣସି ପ୍ରତିକ୍ରିୟା ହୋଇନାହିଁ। ଏହି ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟ ଆଉ ଏକ ଆଫିଡେଭିଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେଥିରେ କୌଣସି ପ୍ରକାରର ଅନାବଶ୍ୟକ କଥା ନ ରହିବା ଦରକାର ବୋଲି କହିଛନ୍ତି। ୨ ସପ୍ତାହ ପରେ ଏହି ମାମଲାରେ ପୁଣି ଶୁଣାଣି ହେବ।
ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଲୋକଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ନ ଦେବାକୁ କୁହାଯାଇଥିଲା।