ନୂଆଦିଲ୍ଲୀ : ଆମେରିକା କବୟିତ୍ରୀ ଲୁଇସ ଗଲ୍କଙ୍କୁ ୨୦୨୦ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ। ଏନେଇ ସ୍ୱିଡିଶ ଆକାଡେମୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି। ବ୍ୟକ୍ତିଗତ ଅସ୍ତିତ୍ୱକୁ ଗୁରୁତ୍ୱାରୋପ କରୁଥିବା କବିତା ପାଇଁ ଲୁଇସଙ୍କୁ ପୁରସ୍କାର ଦିଆଯାଉଛି। ପ୍ରଖ୍ୟାତ ସାହିତ୍ୟକାର ଲୁଇସ ସାମାଜିକ ପ୍ରସଙ୍ଗକୁ ନେଇ ଖୁବ୍ ସକ୍ରିୟ ରହିଥାନ୍ତି।