ରାଜଧାନୀରେ ୩୦୯ କରୋନା ପଜିଟିଭ ଚିହ୍ନଟ : କ୍ୱାରେଣ୍ଟାଇନରୁ ୮୩ ଓ ସ୍ଥାନୀୟ ସଂକ୍ରମଣ ୨୨୬

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୩୦୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୩ ଜଣ ଓ ସ୍ଥାନୀୟ ସଂକ୍ରମଣ ୨୨୬ ଜଣ ରହିଛନ୍ତି। ଫଳରେ କ୍ୱାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଦିନକୁଦିନ ବଢ଼ିବାରେ ଲାଗିଛି। ଅନ୍ୟପଟେ ୩୧୭ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୩୭ ହୋଇଥିବାବେଳେ ୨୦ ହଜାର ୮୮୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୦୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୫୧୯ ଜଣ ଚିକିତ୍ସିତ ହେଉଛନ୍ତି।